ଭାରତରେ ପ୍ରଥମ ଥର ପାଇଁ ସେୟାର ମାର୍କେଟ ଟ୍ରେଡିଂ ଲାଗି ସଚେତନତା

ଭୁବନେଶ୍ୱର ରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଯାଏ ବାଇକ ରାଇଡ଼

ଭାରତରେ ପ୍ରଥମ ଥର ପାଇଁ ସେୟାର ମାର୍କେଟ ଟ୍ରେଡିଂ ଲାଗି ସଚେତନତା

ଭୁବନେଶ୍ବର : ଭାରତରେ ପ୍ରଥମ ଥର ପାଇଁ ଫାଇନାନ୍ସିଆଲ ସଚେତନତା ନେଇ ବାଇକ ରାଇଡ଼ #B2B। #B2B ନାମରେ ଭୁବନେଶ୍ବର ଷ୍ଟକ ଏକ୍ସଚେଞ୍ଜରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଯାଏ ଆୱାରନେସ କରିବ Investment Unblocked। ଏନେଇ ଆସନ୍ତା 26 ତାରିଖ ରବିବାର ଭୁବନେଶ୍ବର ଷ୍ଟକ ଏକ୍ସଚେଞ୍ଜରୁ ଏକ ଗ୍ରୁପ ବାହାରି ବମ୍ବେ ଯିବେ। ଏହା 5 ଦିନର ଟ୍ରିପ ରହିବ। ଭୁବନେଶ୍ବରରୁ ବାହାରି ବିଶାଖାପାଟଣା, ବିଜୟୱାଡା , ହାଇଦ୍ରାବାଦ, ସୋଲାପୁର, ପୁଣେ ହୋଇ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପହଞ୍ଚିବେ। ରାସ୍ତାରେ ପ୍ରତି ସହରରେ ରାତ୍ରି ରହିବା ସହ ବିଭିନ୍ନ ଗ୍ରାମ, ସ୍କୁଲ କଲେଜ ରେ ଫାଇନାନ୍ସିଆଲ ସଚେତନତା କରିବ ଦଳ। #B2B ପରି କାର୍ଯ୍ୟକ୍ରମ ସାରା ଭାରତରେ ପ୍ରଥମ ଥର ଆୟୋଜନ ହୋଇଥିବାବେଳେ, ଏହାର ମଙ୍ଗ ଧରିଛନ୍ତି Investment Unblocked ପ୍ରତିଷ୍ଠାତା ଏସ ପ୍ରସାଦ ରାଓ । ସାଧାରଣ ଲୋକଙ୍କୁ ଫାଇନାନ୍ସିଆଲ ସଚେତନ କରାଯାଉନାହିଁ। ଯେଉଁ କାରଣରୁ ଲୋକେ ସେୟାର ମାର୍କେଟ ଟ୍ରେଡିଂ ଠାରୁ ଦୁରେଇ ଯାଉଛନ୍ତି। ଯେଉଁମାନେ ସାମ୍ନାକୁ ଆସୁଛନ୍ତି ସେମାନେ ସଠିକ ରାସ୍ତା ନ ପାଇ କ୍ଷତି ସହୁଛନ୍ତି। ଏହି #B2B କାର୍ଯ୍ୟକ୍ରମ ଅନେକଙ୍କ ମନରେ ଫାଇନାନ୍ସିଆଲ ସୁଦୃଢ କରିବାରେ ସହାୟ ହେବ। ଏହା ସହ ଟ୍ରେଡିଂ କୁ ଭୟ କରୁଥିବା ବ୍ୟକ୍ତି ଙ୍କ ମନ ବଳ ମଜବୁତ ହେବ। ଏହି କାର୍ଯ୍ୟକ୍ରମରେ କେବଳ ଇନଷ୍ଟିଚ୍ୟୁଟ ଛାତ୍ରଛାତ୍ରୀ ନୁହଁନ୍ତି ଯେ କୌଣସି ବ୍ୟକ୍ତି ଚାହିଁବ ବାଇକ୍ ରାଇଡ଼ ସହ ଫାଇନାନ୍ସିଆଲ ସଚେତନତା ପାଇଁ ଆଗକୁ ଆସି ପାରିବ। କାର୍ଯ୍ୟକ୍ରମର ଶେଷ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ Investment Unblocked - ଫେସବୁକ୍, ଇନଷ୍ଟାଗ୍ରାମ ରେ ଫଲୋ କିମ୍ବା ସହିଦନଗର କାର୍ଯ୍ୟାଳୟରେ ଯୋଗଯୋଗ କରିପାରିବେ।