ଉନ୍ମୋଚିତ ହେଲା କ୍ଷୁଦ୍ର ଚଳଚିତ୍ର କଳିଙ୍ଗ ପୁତ୍ରରଆହ୍ୱାନ
ଭୋଟର ଙ୍କୁ ସଚେତନତା କରିବା ଲାଗି ଏହି ଫିଲ୍ମ ର ପ୍ରୟାସ
ଭୁବନେଶ୍ୱର : ଯଶୋଦା କ୍ରିଏଟିଭ ମେକର୍ସ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର 'କଳିଙ୍ଗପୁତ୍ରର ଆହ୍ଵାନ " ଉନ୍ମୋଚିତ ହୋଇ ଯାଇଛି। ହୋଟେଲ ସିରାଜ୍ ଠାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଏହାର କଳାକାର ଓ କଳା କୁଶଳୀଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଭୋଟ୍ ସଚେତନତା ଉପାରେ ଆଧାରିତ ଏହି କ୍ଷୁଦ୍ର ଚଳଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀନିବାସ ପଢ଼ିଆରୀ । ଅନ୍ୟାନ୍ୟ ଚରିତ୍ରରେ କେତେ ଜଣ ସାଧାରଣ ଓ ଅଣକଳାକାରଙ୍କୁ ଦେଖିବାକୁ ମିଳିବ। ଏହି ସର୍ଟ ମ୍ୟୁଜିକାଲ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର (ଦୀପୁ) । ତାରିକ ଅଜିଜ୍ ଙ୍କ କଣ୍ଠରେ ରେକର୍ଡ ହେଇଥିବା ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଞ୍ଜନ କୁମାର। ସମ୍ପାଦନାରେ ଅଛନ୍ତି ଅରୁଣ। ପୋଷ୍ଟ ପ୍ରଡକ୍ସନ ଦାୟିତ୍ଵ ନିର୍ବାହ କରିଚନ୍ତି ସୃଜନ ଫିଲ୍ମସ । ଉପସ୍ଥାପନା ଶୈଳୀର ସ୍ୱତନ୍ତ୍ରତା ଓ ମଧୁର ସଙ୍ଗୀତ ସାଙ୍ଗକୁ ତରିକଙ୍କ ସ୍ୱର ଏହାକୁ ବେଶ୍ ଆକର୍ଷଣୀୟ କରିପାରିଛି।
ଏବେ ସବୁଠି ନିର୍ବାଚନର ମାହୋଲ । କେଉଁଠି ପ୍ରାର୍ଥୀଙ୍କ ଭାଗ୍ୟ ଜଉ ମୁଦ ବାକ୍ସରେ ବନ୍ଦ ହୋଇ ସାରିଛି ତ କୋଉଠି ପ୍ରଚାର ସରଗରମ । ନିରନିର୍ବାଚନ ଜିତିବା ପାଇଁ କିଏ ଅର୍ଥ ବଳର ପ୍ରୟୋଗ କରୁଚି ତ କିଏ ବାହୁବଳର। କିନ୍ତୁ କାହାର ଭୟରେ ଭୟଭୀତ ନହୋଇ କି ପ୍ରଲୋଭନରେ ପ୍ରଲୋଭିତ ନ ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଏଥିରେ ଆହ୍ଵାନ ରହିଛି। ଜନତାଙ୍କ ପ୍ରତିନିଧି ବା ଜଣେ ସଚେତନ ନାଗରିକ ହିସାବରେ ନାୟକର ଏହି ଆବେଦନକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ ବୋଲି ଆଶା କରାଯାଏ।