ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ

ଭାଗ୍ୟ ପରୀକ୍ଷା କରିବେ ନେତା

ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ

ଭୁବନେଶ୍ୱର : ଆଜି ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଥିବା ୭୯,୬୯,୮୮୭ଜଣ ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ନିର୍ବାଚନ ମଇଦାନରେ ମୋଟ୍ ୪୦ଟି ଆସନ ପାଇଁ ୪୦ଜଣ ନେତା ବଛା ହେବାକୁ ଥିବାବେଳେ ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦୃଦ୍ବିତା କରୁଛନ୍ତି। ଯେଉଁ ନେତା ଯେପରି ଲୋକଙ୍କ ମନ ଜିଣିଥିବେ ସେହିପରି ଭୋଟ୍ ପାଇବେ। ଆଉ ଜୁନ୍ ୪ରେ ଜନତାଙ୍କ ପସନ୍ଦିତ ନେତା ହିଁ ବିଜୟ ମୁକୁଟ ପିନ୍ଧିବେ ।