ରାଷ୍ଟ୍ରପତିଙ୍କ ଚାରି ଦିନିଆ ଓଡିଶା ଗସ୍ତ
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୋପତି ମୁର୍ମୁ ରଥଯାତ୍ରାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ୱର : ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ର ବ୍ୟାପକ ପ୍ରସ୍ତୁତି। ଜୁଲାଇ ୬ତାରିଖରୁ ୯ତାରିଖ ଯାଏ ଚାରିଦିନିଆ ଗସ୍ତ ରେ ରାଷ୍ଟ୍ରପତି ଓଡ଼ିଆ ଆସୁଛନ୍ତି। ଜୁଲାଇ ୬ତାରିଖ ସନ୍ଧ୍ୟା ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନାର ସ୍ଵତନ୍ତ୍ର ବିମାନ ରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧାସଳଖ ଯିବେ ଜୟଦେବ ଭବନ। ସେଠାରେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାଷ୍ଟ୍ରପତି ରାଜ ଭବନ ରେ ରାତ୍ରି ଯାପନ କରିବେ। ଜୁଲାଇ ୭ତାରିଖ ସକାଳୁ ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟରରେ ପୁରୀ ଯିବେ। ପୁରୀ ରେ ରଥଯାତ୍ରା ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏନେଇ କମିସନରେଟ ପୋଲିସ ପକ୍ଷରୁ ପ୍ରାୟ ଅପରାହ୍ନ ୩ ଟାରେ ହେବ କାରକେଡ ରିହାର୍ଶଲ୍। ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି। ନୋ ଫ୍ଲାଇଙ୍ଗ ଜୋନ ହେବ, ରୁଟ ଲାଇନ୍ ରେ କୌଣସି ଉଡନ୍ତା ବସ୍ତୁ ଅନୁମତି ନାହିଁ। ତାଙ୍କ ଗସ୍ତ ରାସ୍ତାରେ ସିଲ କରାଯିବ। ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସ ର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସର୍ପ ସୁଟର ସ୍ନାଇପର ସଜାଗ ରହିବେ। ପୁରୀ ପାଇଁ ରହିଛି ସ୍ଵତ ନ୍ତ୍ର ସୁରକ୍ଷା ବ୍ୟବସ୍ଥା। ପୋଲିସ ଡିଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ, ରଥଯାତ୍ରା ର ମନିତରିଂ କରୁଛନ୍ତି। ଭୁବନେଶ୍ୱର ରେ DCP ପ୍ରତୀକ ସିଂହ ଦାୟିତ୍ୱରେ ଥିବା ବେଳେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ତଦାରଖ କରିଛନ୍ତି | 4ଟି ଜାକ ଭେନୁରେ କାରକେଡ଼ ରିହଲସଲ କରାଯିବ | ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ 6ଜଣ ଅତିରିକ୍ତ ଡିସିପି, 15ଜଣ ଏସିପି, 25ଜଣ ଇନସିପେକ୍ଟର,100ଜଣ ଅଫିସର, 4ଟି sto ଟିମ ସହ ବମ ସ୍କୁୟାର୍ଡ଼ ଓ ଡଗ ସ୍କୁୟାର୍ଡ଼ ନିୟୋଜିତ ରହିବେ ବୋଲି ପୋଲିସ କମିସନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି,