ସୃଷ୍ଟି ହେଲା ଲଘୁଚାପ ପ୍ରବଳ ବର୍ଷିବ
ମତ୍ସ୍ଯ ଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ
ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତରତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ବ୍ୟାପିଛି lଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ 24ତାରିଖ ସକାଳ ସମୟରେ
କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ ଏକ ଅବାପାତରେ ପରିଣତ ହେବାର ସମ୍ଭାବନା ରହିଛି l ପରବର୍ତ୍ତୀ ସମୟ ଏହା ପରେ ଅଧିକ ଘନିଭୂତ ହୋଇ ଗତିର ଦିଗ ଉତ୍ତରପୂର୍ବ ଦିଗରେ ବଜାଇ ରଖିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହାରି ପ୍ରଭାବରେ ସମୁଦ୍ର ମୁଖ୍ୟତ ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜିବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବା ପାଇଁ ମସ୍ୟଜୀବିଙ୍କୁ ପରାମର୍ଶ ଦିଆଯାଇଛି। ୨୩ ପୂର୍ବରୁ ଉପକୁଳକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି। ଓଡିଶାର କୌଣସି ଜିଲ୍ଲା ଏତେ ମାତ୍ରାରେ ପ୍ରଭାବିତ ହେବାର ନାହିଁ। ଯେଉଁ ଭଳି ଭାବେ କାଳ ବୌସାକ୍ଷୀ ଚାଲିଛି ସେମିତି ରହିବ। ଦକ୍ଷିଣ ଓ ଉପକୂଳ ଓଡିଶାରେ କଳା ବୈଶାଖୀ ପ୍ରଭାଵ ରହିବ। ଏଥି ପାଇଁ ୩ ଦିନ ଯାଏଁ ସତର୍କ ଜାରୀ ହୋଇଛି। ୨୫ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ଝଡ ପବନ ହେବ। ଘଣ୍ଟା ପ୍ରତି ୩୦-୪୦ କିମି ପାବନ ବହିବ। ଓଡିଶାରେ ପ୍ରବଳ ବର୍ଷା ପାଇଁ ସେମିତି ସତର୍କ କିଛି ଜାରୀ ହୋଇ ନାହିଁ। ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ଅଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି।