ବଦଳିଲେ କୋଡିଏ ଜିଲ୍ଲାର ଜିଲ୍ଲାପାଳ
ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ଜିଲ୍ଲାପାଳ ସ୍ତରରେ ବଡ ଧରଣର ଅଦଳବଦଳ। 19 ଜିଲାର ଜିଲ୍ଲାପାଳ ବଦଳି ହୋଇଛନ୍ତି। ଗତକାଲି ରାତିରେ ଜିଲାପାଳ ଅଦଳବଦଳ କରିଛନ୍ତି ରାଜ୍ଯ ସରକାର। ଆଇଏଏସ ଦିଲ୍ଲୀପ ରାଉତରାୟ ହୋଇଛନ୍ତି ଭଦ୍ରକ ଜିଲ୍ଲାପାଳ,ଦତ୍ତIତ୍ରେୟ ସିନ୍ଧେ କଟକ ଜିଲ୍ଲାପାଳ,ହେମକାନ୍ତ ସା ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ସମୁଦାୟ 19 ଜିଲ୍ଲାର ଜିଲ୍ଲାପାଳ ବଦଳି ହୋଇଛନ୍ତି। କିନ୍ତୁ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲାର ଜିଲ୍ଲାପାଳ ବଦଳି ନାହାନ୍ତି। ଏବେ ଡିଜିପି ଚୟନ ପ୍ରକ୍ରିୟା ଜାରି ରହିଛି। ତେଣୁ ଖୁବଶୀଘ୍ର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି।