ଲଘୁଚାପ କେବେ ନେବ ଅବପାତ ରୂପ ଆସନ୍ତୁ ଜାଣିବା
ଲଘୁଚାପ ପୂର୍ବରୁ ବଢ଼ିବ ତାପମାତ୍ରା

() ଆସୁଛି ଲଘୁଚାପ । ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ। ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଁଚିବ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ। ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ବର୍ତ୍ତମାନ ଏହାର ଗତିପଥ ଓ ତୀବ୍ରତା କୁ ନେଇ କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ସୂଚନା ଦେଇଛି। ଆଜି ରାଜ୍ୟରେ ଏକ ପାଣିପାଗ ସ୍ଥିତି ରହୁଛି ଅର୍ଥାତ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ନେଇ ଦକ୍ଷିଣ କର୍ଣ୍ଣାଟକ ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିମି ଯାଏ ଲମ୍ବିଛି।ଏହାସହ ବାୟୁମଣ୍ଡଳର ନିମ୍ନ ଭାଗରେ ସମୁଦ୍ର ମଧ୍ୟରୁ ବାୟୁ ପ୍ରଵାହ ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ଆକାଶ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନବା ରହିଛି। କୋରାପୁଟ ରାୟଗଡା କଳାହାଣ୍ଡି ନୂଆପଡା ଏହି ୪ ଜିଲ୍ଲାରେ ଭାରି ବର୍ଷା ବା (୭ ରୁ ୧୧ ମିମି )ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହିବା ସହ ଆଦ୍ରତାର ପରିମାଣ ୫୦ ପ୍ରତିଶତ ରୁ ଅଧିକ ରହୁଥିବା ବେଳେ ଗରମ ସହ ଗୁଳୁଗୁଳି ଅନୁଭୂତି ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ସେପଟେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ମେଘା ଆଚ୍ଛାଦନ ହଟିବ ଓ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବ ରହିବ। ବାୟୁ ଚଳାଚଳ ଓ କାଳବୈଶାଖୀ ବର୍ଷା କମିବାକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୨୦ ,୨୧ ଓ ୨୨ ରେ ଗ୍ରୀଷ୍ମ ପ୍ରବାହ ଜାରିରହିବ। ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି। ଏଥିସହ ୨ ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହିସବୁ ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ। ଏହାଦ୍ୱାରା ନିର୍ବାଚନ ପ୍ରଭାବିତ ହେବାର ସମ୍ଭାବନା ଥିବା ବେଳେ ସତର୍କତାର ସହ ଭୋଟ ଦିଵାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଅନ୍ୟପଟେ ପୂର୍ଵସୂଚନା ଅନୁସାରେ ଆସନ୍ତାକାଲି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ନିକୋବର ଏହି ଅଂଚଳକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି।କାରଣ ବାଦଲର ଘନତ୍ଵ ବୃଦ୍ଧି ପାଇଛି ।ପ୍ରଭାବରେ ଆଣ୍ଡାମାନ ଓ ନିକୋବରର ର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବ। ପରେ ବର୍ଷାର ପରିମାଣ ବୃଦ୍ଧି ପାଇବ।
ଗତ ୨୪ ଘଂଟାରେ ଦକ୍ଷିଣ ଓଡ଼ିଶାରେ କେରେକ ସ୍ତନ ଯେପରିକି କୋରାପୁଟ ଅନୁଗୁଳ ଓ ନବରଙ୍ଗପୁରରେ ବର୍ଷା ଅନୁଭୂତ ହୋଇଛି ।କୋରାପୁଟ କୋଟପାଡ଼ ରେ ୬୧.୦୦ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।ସେହିପରି ଖରା ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଚାନ୍ଦବାଲିରେ ସର୍ବାଧିକ
୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।