ତାତି ରୁ ମିଳିଲା ଆଶ୍ବସ୍ତି
ଟ୍ୱିଇନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର : ତାତିରୁ ମିଳିଲା ତ୍ରାହି, ରାତିରେ ଭିଜିଲା ମାଟି। ପାଗରେ ପରିବର୍ତ୍ତନ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନ ରେ କାଳବୈଶାଖୀ ପ୍ରଭାବ ରେ ବର୍ଷା। ପଶ୍ଚିମଓଡ଼ିଶା ରୁ ପୂର୍ବ ଉପକୂଳ ସବୁଠି ଭିଜେଇଲା ବର୍ଷା। ଜଗତସିଂପୁର,ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର,ନୟାଗଡ , ସୋନପୁର, ସୁନ୍ଦରଗଡ ରେ ଘଡଘଡି ସହ ବର୍ଷା । ପବନ ର ବେଗ ୪୦ ରୁ ୫୦ କିମି ରହିଛି ବୋଲି ସୂଚନା । ତେବେ ଆଜି କୁ ଦୁଇ ସପ୍ତାହ ହେବ ବଢ଼ୁଥିଲା ପାରଦ ଅସହ୍ୟ ତାତି ସାଙ୍ଗକୁ ତତଲା ପବନ ରେ ଭାଜି ହେଉଥିଲେ ଲୋକ । କାଲି ଠାରୁ ପାରଦ ତଳ ମୁହଁ ହେବ ରାଜ୍ୟ ରୁ ୨ ରୁ ୩ ଡିଗ୍ରୀ ପାରଦ କମିବ ବୋଲି ଆକଳନ କରିଚି ପାଣିପାଗ ବିଭାଗ । କେରଳ ଛୁଇଁ ସାରିଛି ମୌସୁମୀ ବାୟୁ ତେବେ ସମସ୍ତେ ଅପେକ୍ଷା କରିଛନ୍ତି ଓଡ଼ିଶା କେବେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ର ଆକଳନ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ।