ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ରାଜ୍ୟରେ ହୋଇଥିବା ନିର୍ବାଚନର ସଂଖ୍ୟା ଗରିଷ୍ଠତା ଉପରେ ଦେଲେ ରିପୋର୍ଟ
ଭୁବନେଶ୍ୱର :ରାଜ୍ୟପାଳ ଙ୍କୁ ଭେଟି ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିଜ ଟିମ୍ ସହ ରାଜଭବନ ଯାଇ ରାଜ୍ୟପାଳ ଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚନୀ ଫଳାଫଳ ନେଇ ରିପୋର୍ଟ ଦେଲେ । ୨୦୨୪ ନିର୍ବାଚନ ରେ କେଉଁ ଦଳ ର ସଂଖ୍ୟା ଗରିଷ୍ଠତା ରହିଛି ସେ ସମ୍ପର୍କ ରାଜ୍ୟପାଳ ଙ୍କ ଅବଗତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ରିପୋର୍ଟ ଦେଇଥାନ୍ତି। ଗତକାଲି ବିଜେଡି ସଂଖ୍ୟା ଗରିଷ୍ଠତା ହରାଇବା ପରେ ଦଳ ର ସୁପ୍ରିମୋ ତଥା ୫ଥର ର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ନିଜ ପଦ ରୁ ଇସ୍ତଫା ଦେଇଥିଲେ ।