ଆସନ୍ତା ମେ 26 ଓ 27 ଓଡିଶା ରେ ପ୍ରବଳ ବର୍ଷା
ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା । ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବା ସାଙ୍ଗକୁ ଏହାର ତୀବ୍ରତା ବଢିବ । ୨୫ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା, ପରେ ୨୬ ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଚି। ଏଥିପାଇଁ ଆସନ୍ତା ୨୭ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ ହୋଇଚି। ଓଡ଼ିଶାରେ ସିଧା ସଳଖ ପ୍ରଭାବ ନାହିଁ। ୨୩,୨୪ ଓ ୨୫ ତାରିଖରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୭ ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ। ବାଲେଶ୍ଵର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବ ।