ଆଣ୍ଡାମାନ ଛୁଇଁଲା ମୌସୁମୀ

ଖୁବ ଶୀଘ୍ର ଓଡିଶା କୁ ଆସିବ ମୋୖସୁମୀ ବର୍ଷା

ଆଣ୍ଡାମାନ ଛୁଇଁଲା  ମୌସୁମୀ

ଭୁବନେଶ୍ୱର : ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ। ମାଳଦୀପ ଓ କମରିନର କିଛି ଅଂଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ନିକୋବର ଦ୍ଵୀପପୁଞ୍ଜ ର କିଛି ଅଂଚଳରେ ବି ମୌସୁମୀ ପ୍ରବେଶ କରିଛି। ପରେ ୩୧ ମେ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ବେଳେ ଏହା ପରେ ହିଁ ଓଡିଶା କୁ ମୌସୁମୀ ପ୍ରବେଶ କରିବା କଥା ସ୍ପଷ୍ଟ ହୋଇପାରିବ। ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଅର୍ଥାତ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଂଟାରେ ବାଲେଶ୍ୱର କେନ୍ଦୁଝର ମୟୂରଭଂଜରେ କଳାହାଣ୍ଡି ନବରଙ୍ଗପୁର କୋରାପୁଟ ମାଲକାନଗିରି ରାୟଗଡା ରେ ବିଜୁଳି ଘଡଘଡି ବର୍ଷା ର ସମ୍ଭାବନା ଥିବାରୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହିବା ସହ ଆଦ୍ରତାର ପରିମାଣ ୫୦ ପ୍ରତିଶତ ରୁ ଅଧିକ ରହୁଥିବା ବେଳେ ଗରମ ସହ ଗୁଳୁଗୁଳି ଅନୁଭୂତି ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୟେଲୋ ବର୍ଣ୍ଣିଙ୍ଗ ଜର କରିଛି ପାଣିପାଗ ବିଭାଗ। 

ସେପଟେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବ ରହିବ। ବାୟୁ ଚଳାଚଳ ଓ କାଳବୈଶାଖୀ ବର୍ଷା କମିବାକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୨୧ ,୨୨ ଓ ୨୩ ରେ ଗ୍ରୀଷ୍ମ ପ୍ରବାହ ଜାରିରହିବ। ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି। 

ଅନ୍ୟପଟେ ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ। ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଁଚିବ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ। ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ବର୍ତ୍ତମାନ ଏହାର ଗତିପଥ ଓ ତୀବ୍ରତା କୁ ନେଇ କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ସୂଚନା ଦେଇଥିବା ବେଳେ ବାତ୍ୟାର ସେଭଳି କିଛି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।