ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଘୃର୍ଣ୍ଣି ବଳୟ

ଆଗାମୀ 26 ରୁ 29 ପ୍ରବଳ ବର୍ଷା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଘୃର୍ଣ୍ଣି ବଳୟ

ଭୁବନେଶ୍ୱର : ବଙ୍ଗପ ସାଗରରେ ସୃଷ୍ଟି ହେଲା ଘୃର୍ଣିବଳୟ। ଯାହାର ପ୍ରଭାବ ରେ ୨୬ ରୁ ୨୯ ରାଜ୍ୟ ରେ ପ୍ରବଳ ବର୍ଷା । ମୌସୁମୀ ଆସିବାର ପ୍ରଥମଘୃର୍ଣି ବଳୟ । ଘୃର୍ଣିବଳୟ ର ରୂପରେଖ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ଆଇଏମଡି । ଲଘୁଚାପ ରେ ଏହା ପରିଣତ ହେବ କି ନାଇଁ ଆକଳନ କରିନି ମଧ୍ୟ ଆଇଏମଡି,ବର୍ତ୍ତମାନ ସାମୁଦ୍ରିକ ସଞ୍ଚରଣ ଆରମ୍ଭ ହୋଇଛି ଏହାର ପ୍ରଭାବରେ ଆଗମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ l ଆଗାମୀ ୨୪ ଘଣ୍ଟା ରେ କିଛି କିଛି ସ୍ଥାନରେ ବର୍ଷା ଓ ଘଡଘଡି ବିଜୁଳି ସଂଭାବନା ରହିଛି ଏହି ସମୟରେ ୩୦-୪୦ ବେଗରେ ପବନ ବହିବ l ବିଶେଷ କରି ଗଞ୍ଜାମ, ଗଜପତି , ସୁନ୍ଦରଗଡ, ରାୟଗଡ଼ା ରେ ବର୍ଷା ସମ୍ଭାବନା ଥିବା ବେଳେ ସମ୍ବଲପୁର ଓ ବରଗଡ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି l ୨୭ ରେ ଦକ୍ଷିଣ ଓଡ଼ିଶାରେ ରହିବ ବର୍ଷାର ପ୍ରଭାବ ଓ କନ୍ଧମାଳ, କୋରାପୁଟ , ଅନୁଗୋଳ, ଖୋର୍ଦ୍ଧା, କେଉଁଝର ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି l ୨୯ ର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ରହିଛି l ବର୍ତ୍ତମାନ ସୁଦ୍ଧା ମୟୁରଭଂଜ, ବଲାଙ୍ଗିର, ବାଲେଶ୍ଵର, ପୁରୀ ଜିଲ୍ଳା ରେ ବର୍ଷା ରହିଛି , ଆସୁଥିବା ବର୍ଷା ଏହାକୁ ଭରଣା କରିବାର ସମ୍ଭାବନା ରହିଛି l ଆଜି ପର୍ଯ୍ୟନ୍ତ ୯୪.୬ ମିମି ବର୍ଷା ହେଇଚି ୧୬୬.୬ ମିମି଼ ବର୍ଷା ବର୍ତ୍ତମାନ ସୁଦ୍ଧା ହେବା କଥା ଘୃର୍ଣିବଳୟ ମୌସୁମୀ କୁ ସକ୍ରିୟ କରିବ..। ଘୃର୍ଣିବଳୟ ପ୍ରଭାବ ରେ ରାଜ୍ୟ ରେ ବର୍ଷା । ଏହି ବର୍ଷା ରାଜ୍ୟରେ ନିଅଣ୍ଟିଆ ବର୍ଷା କୁ କିଛି ପରିମାଣ ରେ ଭରଣ କରିବ ବୋଲି ଆଶା କରାଯାଉଛି.....