ଜନଜାତି ମାନଙ୍କ ପାଇଁ ନବୀନଙ୍କ ଗ୍ୟାରେଣ୍ଟି

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଜନଜାତି ମାନଙ୍କ ବିକାଶ

ଜନଜାତି ମାନଙ୍କ ପାଇଁ ନବୀନଙ୍କ ଗ୍ୟାରେଣ୍ଟି

ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି. ନବୀନ ଗ୍ୟାରେଣ୍ଟି ଓଡ଼ିଶାକୁ 2034 ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା.. ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀ ବିକାଶ. କିଛି ଦିନ ହେବ, ପାଲିଟିକାଲ ଟୁରିଷ୍ଟ ମାନେ କହି ଆସୁଛନ୍ତି ବିଜେପି ଆଦିବାସୀଙ୍କ ପାଇଁ କଣ କରିଛି ଓ କଣ କରିବେ. ହେଲେ 2011 ଜନଗଣନା ଅନୁସାରେ ମଧ୍ୟ ପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଓଡ଼ିଶାରେ ଆଦିବାସୀ ଅଛନ୍ତି. 9.2% ଆଦିବାସୀ ଅଛନ୍ତି. ମଧ୍ୟ ପ୍ରଦେଶ ଜନସଂଖ୍ୟାରୁ 21.1% ଆଦିବାସୀ. ହେଲେ ଓଡ଼ିଶାର ଜନସଂଖ୍ୟାର 22.8% ଆଦିବାସୀ. ଶ୍ରେଷ୍ଠ ରାଜ୍ୟ ପାଇଁ ଆଦିବାସୀ ସଶକ୍ତିକରଣ ଆବଶ୍ୟକ. ବିଜେପି ପାଇଁ ପ୍ରଶ୍ନ -

ଆଦିବାସୀ ପାଇଁ ସ୍ୱତନ୍ତ୍ର ବିଭାଗ କରିଛନ୍ତି. ହେଲେ ଓଡ଼ିଶାର ହୋ ମୁଣ୍ଡାରୀ, କୁଇ, ସୋହରା ଭାଷାକୁ କାହିଁକି ଅଷ୍ଟମ ଅନୁଛେଦରେ ସାମିଲ କରାଗଲା ନାହିଁ. ବିଜେଡି ସାଂସଦ ବାରମ୍ବାର ସଂସଦରେ ଉଠାଇଛନ୍ତି. ମୁଖ୍ୟମନ୍ତ୍ରୀ ଵି ଚିଠି ଲେଖିଛନ୍ତି. ହେଲେ କଲେନି.

-169 ଆଦିବାସୀଙ୍କୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ. ହେଲେ ନିର୍ବାଚନ ପାଇଁ ଗତ ସଂସଦରେ 40 ସମ୍ପ୍ରଦାୟକୁ ମାନ୍ୟତା ଦେଲେ କେନ୍ଦ୍ର ସରକାର. ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେଉଁ ଆଦିବାସୀଙ୍କୁ ସାମିଲ କରିବାକୁ ଟାସ୍କ ଫୋର୍ସ ଅସୁବିଧା କରୁଛି, ତାକୁ ନେଇ ବୈଠକ ହେଉ. ନ ହେଲେ ବିଳମ୍ବ ହେଉଛି ଅଧିକାର ପାଇବାକୁ. 

ଆଦିବାସୀ ବିଶ୍ଵବିଦ୍ୟାଳୟ ଆନ୍ଧ୍ର ପ୍ରଦେଶର ବିଜୟନଗର, ଅମରକଣ୍ଟକ ହେଲା. ହେଲେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଥିବା ସତ୍ୱେ, ଓଡ଼ିଶାରେ ହେଲାନି. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ନାହିଁ ବୋଲି ସଂସଦରେ ଉତ୍ତର ଦେଇଥିଲେ. ଯଦି ଆଦିବାସୀଙ୍କ ପାଇଁ ହୃଦୟ କାନ୍ଦୁଛୁ, ତେବେ ଏହି ଧୋଙ୍ଗ କାହିଁକି. 

ଯଦି କେନ୍ଦ୍ରର ବିଜେପି ଆଦିବାସୀ ଉନ୍ନତି ଚାହୁଁଛି, ତେବେ ଓଡିଶାକୁ proportionate allocation କାହିଁକି ମିଳିଲା ନାହିଁ.

ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ କଣ କରିଛି କେନ୍ଦ୍ର. କାରଣ ଦେଶର ସବୁଠାରୁ ଅଧିକ ଆଦିବାସୀ ଓଡ଼ିଶାରେ. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଵି ଓଡ଼ିଆ. ଆଦିବାସୀ ଶିକ୍ଷା ପାଇଁ ନ୍ୟୁ ଏଜ ଟେକନୋଲୋଜି ପାଇଁ କଣ କଲେ ବୋଲି ଆମେ ପ୍ରଶ୍ନ କରିଥିଲୁ. ସେମାନେ କହିଲେ, ସବୁ ସାଧାରଣ ବଜେଟରେ ଅଛି. କେନ୍ଦୁ ପାତ୍ର ଉପରୁ GST ହଟାଇଲେ ନାହିଁ. ନବୀନ କେରି ପିଛା ଦୁଇ ଟଙ୍କା ବୋନସ ଓ ଅନ୍ୟ ସୁବିଧା ଓ ବିକାଶ ପ୍ୟାକେଜ ଦେବସ. ଯାହା 9 ଲକ୍ଷ ଚାଷୀଙ୍କ ପାଇଁ ଲାଭ ଦେବ. ମୁଖ୍ୟମନ୍ତ୍ରୀ 50 ହଜାର ମାମଲା ଆଦିବାସୀଙ୍କ ବିରୋଧରେ ଉଠାଇ ଦେଇଛନ୍ତି. ମୁଖ୍ୟମନ୍ତ୍ରୀ ଯେବେ ଆଦିବାସୀ ବିକାଶ ପାଇଁ ବାତାବରଣ ସୃଷ୍ଟି କରୁଛନ୍ତି, ବିଜେପିକୁ କାହିଁକି ବାଧୁଛି. ବିଜେପି ଆଦିବାସୀଙ୍କୁ ନିର୍ବାଚନ ପାଇଁ ଭଣ୍ଡେଇବା ପାଇଁ ଚାହୁଁଛନ୍ତି. ଟିମ ପଠାଇ ଭଣ୍ଡାଉଛନ୍ତି ଯେ ମୟୁରଭଞ୍ଜରେ ବିଶ୍ୱବିଦ୍ୟାଳୟ ହୋଇ ପାରିବ କି? 

ଓଡ଼ିଶା ସରକାର ତିନୋଟି ମେଡିକାଲ କଲେଜକୁ ଆଦିବାସୀ ନେତାଙ୍କ ନାଁରେ ନାମିତ କରିଛନ୍ତି. ପୃଥିବୀର ସବୁ ଠାରୁ ବଡ଼ ହକି ଷ୍ଟାଡିଅମକୁ ଭଗବାନ ବିର୍ସା ମୁଣ୍ଡାଙ୍କ ନାଁରେ କରାଯାଇଛି. ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନ୍ୟ କୌଣସି ରାଜ୍ୟରେ ନାହିଁ. ମଧ୍ୟ ପ୍ରଦେଶରେ ବିଜେପି ସରକାର ଓ ଆଦିବାସୀ ଅଛନ୍ତି. ହେଲେ SDC ନାହିଁ. ଓଡ଼ିଶା ଆଦିବାସୀଙ୍କ ଅର୍ଥନୀତି, ସଂସ୍କୃତି, ଭଗବାନ, ପରମ୍ପରାର ବିକାଶ ପାଇଁ କରିଛି. 23 ଜିଲ୍ଲାରେ SDC ଅଛି. ଏହା ଆହୁରି ବ୍ୟାପକ କରି ଅନୁଦାନ ଦାଶ ବର୍ଷରେ ଡବଲ କରାଯିବ. ଆଦିବାସୀ ଭାଷା କମିଶନ 21 ଭାଷା ଉପରେ କାମ କରୁଛି. ବିଜେପି ଫମ୍ପା ଭାଷା ଦେଉଛି. ହେଲେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ କାମ କରୁଛନ୍ତି. ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ସୁବିଧା ଆହୁରି ବ୍ୟାପକ କରାଯିବ. ପ୍ରି ମାଟ୍ରିକ 15 ଲକ୍ଷଙ୍କୁ ଓ ପୋଷ୍ଟ ମାଟ୍ରିକ 4 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ. 10 ବର୍ଷରେ ଆଦିବାସୀ ଯୁବକଙ୍କୁ ସ୍ୱାବଲମ୍ଭି କରିବା ପାଇଁ 1 ହଜାର କୋଟି ମିଳିବ. ଓଡିଶା ସରାକରଙ୍କ ନିଜସ୍ୱ ଲାଭ ଯୋଜନାରେ କ୍ଷୁଦ୍ର ଜଙ୍ଗଲୀ ଦ୍ରବ୍ୟର ମାର୍କେଟିଙ୍ଗ କରାଯିବ. କାରଣ କେନ୍ଦ୍ର କଲାନି. ଆଦିବାସୀଙ୍କୁ ସରକାରୀ ଚାକିରୀରେ ସାମିଲ କରାଯିବ. ଭୁବନେଶ୍ୱରରେ ଆଦିବାସୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି. କେନ୍ଦୁ ପତ୍ର ତୋଳାଳୀଙ୍କ ଝିଅ ବାହାଘର ପାଇଁ 25 ହଜାର ଟଙ୍କା ମିଳିବ. SDC ରେ ଆଦିମ ଆଦିବାସୀଙ୍କ ପାଇଁ ଆହୁରି ତ୍ୱରାନ୍ୱିତ କରାଯିବ. ଆଦିବାସୀ museum ହେବ. 2022 ସଂସ୍କୃତି କାଉନସିଲ ଅଛି. ଯାହା ଆହୁରି ବଢିବ. ପରିଚୟ ଓ ଭାଷାର ସଂରକ୍ଷଣ ପାଇଁ ଏହି SDC. କେନ୍ଦ୍ର ସରକାରଙ୍କ ଏପରି କୌଣସି ଯୋଜନା ନାହିଁ. ଆଦିବାସୀ ସଶକ୍ତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ. ଓଡ଼ିଶାକୁ ଏକ ନମ୍ୱର ହେବ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପରାମର୍ଶ କରି ଦେଶର ରାଷ୍ଟ୍ରପତି କରିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଯାହା ଆମ ପାଇଁ ଗର୍ବ. ଆଦିବାସୀଙ୍କ ସାମଗ୍ରୀକ ବିକାଶ ହେଲେ ଦେଶ ଆଗେଇବ.