ରାଜ୍ୟରେ ଅଂଶୁଘାତ ନେଲା ଚାରି ଜୀବନ

ଘରୁ ବାହାରିବା ପୂର୍ବରୁ ହୁଅନ୍ତୁ ସତର୍କ

ରାଜ୍ୟରେ ଅଂଶୁଘାତ ନେଲା ଚାରି ଜୀବନ

ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଅଂଶୁଘାତରେ ଢେଙ୍କାନାଳ, ବାଲେଶ୍ୱରରୁ ଜଣେ ଲେଖାଏଁ ଓ ମୟୁରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେହିପରି ଆଉ ୧୪ ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି । ଗତକାଲି ସୁଦ୍ଧା ରାଜ୍ୟରେ ୧ ହଜାର ୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଢେଙ୍କାନାଳରୁ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହାପଛକୁ ମୟୂରଭଞ୍ଜରୁ ୧୪୬, ସୁନ୍ଦରଗଡ଼ରୁ ୧୩୧, ସମ୍ବଲପୁରରୁ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଗକୁ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ଡାକ୍ତରଖାନା ପ୍ରସ୍ତୁତ ରଖା ଯାଇଥିବା କହିବା ସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।