ରାଜ୍ୟରେ 3 ରୁ 5 ଡିଗ୍ରୀ ବଢ଼ିବ ତାତି

ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ ବାୟୁ

ରାଜ୍ୟରେ 3 ରୁ 5 ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର : ପୁଣି ବଢିବ ତାତି। ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ରେମାଲ ପ୍ରଭାବରେ, ରାଜ୍ୟରେ ପାଗ ମେଘୁଆ ରହିଛି। ୨୪ ଘଣ୍ଟା ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨ଦିନ ପରେ ପାଗ ଶୁଖିଲା ରହିବା ସହ ଖରାର ପ୍ରକୋପ ବଢିବ। ତେବେ କେତେକ ସ୍ଥାନରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଜଳୀଯ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ଆଗାମୀ ୫ଦିନରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି।...