ରାଜଧାନୀରେ ଛଅ ମାସରେ 36 କୋଟିର ସାଇବର ଠକେଇ

ରାଜଧାନୀରେ ଲୋକମାନେ ହେଉଛନ୍ତି ସାଇବାର ଠକେଇର ଶିକାର

ରାଜଧାନୀରେ ଛଅ ମାସରେ 36 କୋଟିର ସାଇବର ଠକେଇ

ଭୁବନେଶ୍ୱର : ରାଜଧାନୀ ରେ ଲୋକ ହେଉଛନ୍ତି ସାଇବାର ଠକେଇର ଶିକାରୀ ଏଇ କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ ଏହାକୁ ଆଜି ନିଜେ କମିଶନର ସଂଜୀବ ପଣ୍ଡା ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି......ଆସିଛି ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରେ ୨୩ ଶହ ୯୪ ଟି ରିପୋର୍ଟ ହୋଇଛି । ସେଥିମଧ୍ୟରୁ ୧୧୦ ଟି କେସ ରେଜିଷ୍ଟର ହୋଇଛି । ସାଢ଼େ ୯ କୋଟି ଟଙ୍କା ଫ୍ରିଜ କରାଯାଇଛି । ଫ୍ରିଜ ଟଙ୍କା ରୁ ୪୬ ଲକ୍ଷ ଟଙ୍କା କ୍ଷତିଗସ୍ତଙ୍କୁ ଫେରସ୍ତ ଦିଆଯାଇଛି। ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ଅନେକ ଅଭିଯୋଗ ଆସିଛି । ତେବେ UPI କାରବାର ବେଳେ ସର୍ବାଧିକ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି। ସୋସିଆଲ ମିଡିଆ, RTGS, NEFT ଜରିଆରେ ମଧ୍ୟ ଅଧିକ ଠକେଇ ନେଇ ଅଭିଯୋଗ ହୋଇଛି । ତେବେ ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲ ରେ ନିଶା କାରବାର ହେଉଥିବା ନେଇ ବଡ଼ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁ ରେ ଅନେକ ଫୋନ ଆସୁଛି । ଡିଜିଟାଲ ଆରେଷ୍ଟ କରାଯାଇ କୋଟି କୋଟି ଲୁଟ ହେଉଛି । ୬ ମାସ ମଧ୍ୟରେ ୨୧ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଥିବା କହିଛନ୍ତି ପୋଲିସ କମିଶନର।