ସାଇବର ସୁରକ୍ଷା ନେଇ କମିଶନରେଟ ପୋଲିସର ଚିନ୍ତା

କେମିତି ରୋକି ପାରିବେ ସାଇବର କ୍ରାଇମ

ସାଇବର ସୁରକ୍ଷା ନେଇ କମିଶନରେଟ ପୋଲିସର ଚିନ୍ତା

ଭୁବନେଶ୍ୱର : କମିଶନରେଟ ପୋଲିସ ର ସାଇବର ସୁରକ୍ଷା ନେଇ ଚିନ୍ତା। ଏବେ ଦେଶରେ ସବୁଠାରୁ ବଡ ସମସ୍ୟା ରହିଛି ସାଇବର ସୁରକ୍ଷା। ଦେଶରେ ସାମରିକ ସୁରକ୍ଷା ବି ସାଇବର ଅପରାଧୀଙ୍କ କବଳରେ। କେତେବେଳେ ଅର୍ମି ଅଫିସର ହନି ଟ୍ରାପ୍ ରେ ତ କେତେବେଳେ ଗୁପ୍ତ ତଥ୍ୟ ପାକିସ୍ତାନୀ ଗୁପ୍ତଚର୍ ହାତରେ। ଓଡ଼ିଶାରେ DRDO ହନିଟ୍ରାପ୍, OTP ସେୟାରିଙ୍ଗ ମାମଲା ଏବେବି ତଦନ୍ତ ହେଉଛି। ଏହି ଦୁଇଟି ବଡ଼ ମାମଲାର ଛଡ଼ା ପ୍ରତିଦିନ ସାଇବର ଫ୍ରଡ ଙ୍କ ଦୌରାମ୍ୟ ବଢ଼ିବାରେ ଲାଗିଛି। ୱାଟସ୍ ଆପ୍ ରେ ଠକିବା, ଟେଲିଗ୍ରାମ ରେ ଫ୍ରଡ ନୀତି ଦିନିଆ ଘଟଣା ହେଲାଣି। ରାଜ୍ୟ ରେ ସାଇବର କ୍ରାଇମ୍ ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ୍ ରହିଛି, ସାଇବର ସେଲ ରହିଛି। ପ୍ରାୟ ସବୁ ଅପରାଧିକ ମାମଲାରେ ସାଇବର ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। 

ଅନେକ ମାମଲା ଏନେଇ ସମାଧାନ ହୋଇ ପାରିନାହିଁ। ଏଥିପାଇଁ କମିଶନରେଟ ପୋଲିସ୍ ସାଇବର ଦୁଇ ମସିଆ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ୬୪୧ ଜଣ ଙ୍କ ମଧ୍ୟ ରୁ ୧୧ଜଣଙ୍କୁ ଚୁଡାନ୍ତ କରିଛନ୍ତି। ୧୧ଜଣଙ୍କ ମଧ୍ୟ ରୁ IIIT, IIT , NIIT ର ଛାତ୍ର ରହିଛନ୍ତି। ଏହା ସହ କମିଶନରେଟ ପୋଲିସ ସହ ୧୦ ବର୍ଷ ଧରି କାମ କରୁଥିବା ସାଇବର ବିଶେଷଜ୍ଞ ରହିଛନ୍ତି।

ଦୁଇ ମାସ ତାଲିମ ରେ ବିଭିନ୍ନ ଥାନା, କ୍ରାଇମ୍ ବ୍ରାଞ୍ଚ ଯାଇ ସାଇବର କ୍ରାଇମ୍ ମାମଲାର ତଦନ୍ତ କରିବେ।