ଓଡିଆ ଭାଷା ଓ ସଂସ୍କୃତିକୁ ନେଇ ବିଜେଡି ଇସ୍ତାହାର

ପ୍ରତି ପାଞ୍ଚ ବର୍ଷରେ ବିଶ୍ୱ ଭାଷା ସମ୍ମିଳନୀ ହେବ

ଓଡିଆ ଭାଷା ଓ ସଂସ୍କୃତିକୁ ନେଇ ବିଜେଡି  ଇସ୍ତାହାର

ଭୁବନେଶ୍ୱର :ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଜେଡି ଇସ୍ତାହାର କଣ ରହିଛି। ସେ ସମ୍ପର୍କରେ ସବିଶେଷ ସୂଚନା ଦେଇଛି ଦଳ। ପ୍ରତି ପାଞ୍ଚ ବର୍ଷରେ ବିଶ୍ୱ ଭାଷା ସମ୍ମିଳନୀ ହେବ। ପ୍ରତିବର୍ଷ ଏହା ରାଜ୍ୟ ସ୍ତରୀୟ କରାଯିବ। ଭାଷା କମିଶନ ଓ ଭାଗବତ ଟୁଙ୍ଗିର ବିକାଶ ହେବ। ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ୱେ, କେନ୍ଦ୍ର ଅନୁଦାନ ମିଳିନି। ଅନ୍ୟ ଭାଷାକୁ ମିଳିଥିବା ସଂସଦରେ ଉତ୍ତର ଆସିଛି। ତେଣୁ ମୁଖ୍ୟମନ୍ତ୍ରୀ 100 କୋଟି ଆସନ୍ତା 10 ବର୍ଷର ପ୍ରଚାର ପାଇଁ ଖର୍ଚ୍ଚ କରିବାକୁ ଇସ୍ତାହାରରେ ଅଛି। କଳାକାରଙ୍କୁ ପେନସନ ମିଳିବ। SHG ପରି କଳାକାର ମହାସଂଘ କରାଯିବ। ସେଥିରେ SHG ପରି ପ୍ରୋତ୍ସାହନ ମିଳିବ। ଏହା ସଂସ୍କୃତି ଓ ପରମ୍ପରାକୁ ଆଗେଇବ। ମହାପ୍ରଭୁ ଜଗନ୍ନାଥଙ୍କ କଥା ଆହୁରି ବ୍ୟାପକ କରାଯିବ। ବୁଣାକାର ମାନଙ୍କୁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା 3 ଲକ୍ଷ ଟଙ୍କା ଯାଏଁ ମିଳିବା ସହ BSKY ପରି ଯୋଜନାରେ ସାମିଲ କରାଯିବ। କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ମିଳିବ। ଐତିହ୍ୟ ସଂରକ୍ଷଣ ପାଇଁ ଏକ ହଜାର କୋଟି ଆସନ୍ତା 10 ବର୍ଷରେ ଖର୍ଚ୍ଚ ହେବ। ଜଗନ୍ନାଥ ସଂସ୍କୃତି ଆମ ପରିଚୟ। ଓଡ଼ିଆ ବିଶ୍ୱବିଦ୍ୟାଳୟକୁ 2034 ସୁଦ୍ଧା ଭାରତର ଏକ ନମ୍ବର ଭାଷା ବିଶ୍ୱବିଦ୍ୟାଳୟ କରାଯିବ।ଭାଗବତ ଟୁଙ୍ଗି ପ୍ରତି ପଞ୍ଚାୟତରେ ହେବ। ଏଥିପାଇଁ ଅନୁଦାନ ଦୁଇ ଗୁଣିତ ହେବ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ। ଦୁଃଖର କଥା, ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ସେମାନେ ବିଜୁ ବାବୁଙ୍କୁ ସ୍ୱୀକୃତି ଦେଉ ନାହାନ୍ତି।