ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାକୁ ବର୍ଷେ ପୁରିଛି
ଲୌହ ଦାନବର ରକ୍ତରେ ରଞ୍ଜିତ ହୋଇଥିଲା ବାହାନଗା ଅଞ୍ଚଳ
ଭୁବନେଶ୍ୱର : ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା କୁ ଆଜି ପୁରିଛି ବର୍ଷେ ଲୌହ ଦାନବର ରକ୍ତରେ ରକ୍ତ ରଞ୍ଜିତ ହୋଇଯାଇଥିଲା ବାହାନଗା ଅଞ୍ଚଳ l ଜୁନ୍ ୨ ତାରିଖ ଅପରାହ୍ନ ପ୍ରାୟ ୭ଟା: ମାଲ୍ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ମପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା । ଯେଉଁଥିରେ ୨୯୫ ଜଣକର ନିର୍ମମ ମୃତ୍ୟୁ ହୋଇଥିବା ବେଳେ ୧୧୦୦ ରୁ ଉର୍ଦ୍ଧ୍ଵ ଲୋକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ ଦୁର୍ଘଟଣା ପରେ ପରେ ଯୁଦ୍ଧକାଳୀନ ଭିତ୍ତରେ ଉଦ୍ଧାର କାଯ୍ୟ ଆରମ୍ଭ ହୋଇଥିଲା । ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ୫୦ ଡାକ୍ତର, ୨୦୦ ଆମ୍ବୁଲାନ୍ସ, ୫୦ ବସ୍ ଓ ୨୪ ମୋବାଇଲ୍ ହେଲୁଥ ୟୁନିଟ୍ ପରେ ସ୍ଥଳସେନା, ବାୟୁସେନା, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ଏନ୍ଡିଆଁଏଫ୍ ଟିମ୍ ସହ ସ୍ଥାନୀୟ ପୁଲିସକୁ ମିଶାଇ ମୋଟ ୧୨ ଶହରୁ ଅଧିକ କର୍ମଚାରୀ ଙ୍କୁ ଏହି ଟ୍ରେନ ଟ୍ରାଜେଡି ରେ ଉଦ୍ଧାର କାଯ୍ୟରେ ନିୟୋଜିତ କରାଯାଇଥିଲା I ଉଦ୍ଧାର କାଯ୍ୟରେ ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିଲା । ଦୁର୍ଘଟଣା ଦିନ ରାତ୍ରୀରେ ଡାକ୍ତରଖାନାରେ ରକ୍ତ ଦେବା ପାଇଁ ସ୍ୱେଚ୍ଛାସେବୀଙ୍କ ପ୍ରବଳ ଭିଡ ଇ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟକାର ସହାୟତା ଘୋଷଣା କରାଯାଇଥିଲା। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ର ନେତା ସମେତ ବିଭିନ୍ନ ଦଳର ନେତା ଆସିଥିଲେ ଦୁର୍ଘଟଣା ସ୍ଥଳ କୁ । ଦୁର୍ଘଟଣାରେ କବଚ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ଏହି ସମୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଲେ, ସିବିଆଇ ତଦନ୍ତ ହେବ ଓ ତାଙ୍କର ନିରବଚ୍ଛିନ୍ନ ଦାୟିତ୍ୱ ସମ୍ପଦନଙ୍କୁ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ପରେ ରେଳ ର୍ବୋଡ ସଦସ୍ୟ ତଦନ୍ତ ପାଇଁ ଆସି ସୂଚନା ଦେଲେ ଯେ ସିଗ୍ନାଲ୍ ତ୍ରୁଟି ପାଇଁ ଦୁର୍ଘଟଣା । ପରେ ଜୁନ୍ ୫ ତାରିଖ ରେ ରେଳ ଚଳାଚଳ ସ୍ଵାଭାବିକ ହୋଇଥିଲା । ଜୁନ୍ ୭ ତାରିଖ ରେ ସିବିଆଇ ଟିମ୍ର ଛାନ୍ଭିନ୍ କରିଥିଲା । ଡିଏଏ ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ ଗଲା ୩ଣୀ ରକ୍ତ ନମୁନା । ଶବ ଥିବା ବାହାନଗା ହାଇସ୍କୁଲ ଭଙ୍ଗାଯିବା ନେଇ ଜିଲ୍ଲାପାଳଙ୍କ ଘୋଷଣା ହୋଇଥିଲା । ପରେ ଜୁନ୍ ୯ ତାରିଖ ବାହାନଗା ହାଇସ୍କୁଲ୍ ରେ ଶବ କୁ ଗଚ୍ଛିତ କରି ରଖାଯାଇଥିବା ଯୋଗୁଁ ଲୋକଙ୍କ ଅଭିଯୋଗ ପରେ ସ୍କୁଲ ଭଙ୍ଗା କାମ ଆରମ୍ଭ ହୋଇଥିଲା । ଜୁନ୍ ୧୨ ତାରିଖ ରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବିଧି ମୁତାବକ ମୃଢକଙ୍କ ପାଇଁ ସାମୂହିକ ଏକାଦଶାହ କର୍ମ ସଂପନ୍ନ । ଯେହେତୁ ବାହାନଗା ବାସୀଙ୍କ ସାହାଯ୍ୟ ଓ ସହଯୋଗ କୁ ବିଶ୍ବ ପ୍ରଶଂସା କରିଥିଲା । ରେଳ ଦୁର୍ଘଟଣା ରେ ମୃତାହତ ଙ୍କ ପାଇଁ ସେମାନଙ୍କ କ୍ରିୟା କାଯ୍ୟରେ ଯୋଗଦାନ ସମସ୍ତଙ୍କୁ ଆଚମ୍ବିତ କରିଥିଲା,