26 ରେ ମାଟ୍ରିକ ରେଜେଲଟ

ଚଳିତ ଥର ଛାତ୍ର ଛାତ୍ରୀ ମାନେ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ

26 ରେ ମାଟ୍ରିକ ରେଜେଲଟ

ଭୁବନେଶ୍ୱର :ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ପ୍ରେସ୍‌ମିଟ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରିବେ ଛାତ୍ରଛାତ୍ରୀ। ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଛାତ୍ରଛାତ୍ରୀ ମାନେ www.bseodisha.ac.inରେ ଲଗ୍ ଇନ୍ କରି ରେଜଲ୍ଟ ଜାଣିପାରିବେ। ସେଦିନ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ। ପ୍ରଥମ ଥର ଡିଜିଟାଲ୍ ସାର୍ଟିଫିକେଟ ଉପଲବ୍ଧ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଅନଲାଇନ୍ ଓ ହ୍ୱାଟ୍ସଆପ୍‌ରେ ପାଇପାରିବେ ଡିଜିଟାଲ୍ ସାର୍ଟିଫିକେଟ। ଏଥିପାଇଁ ଛାତ୍ରଛାତ୍ରୀ ମୋବାଇଲରୁ BSE/Hi ଲେଖି 7710058192ରେ ହ୍ୱାଟ୍ସଆପ୍‌ କରିବେ । ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ।