ବିଜେଡି ମୂଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ଉତ୍ତର ରଖିଲା ବିଜେଡି
ଗୁଜବ ସୃଷ୍ଟି କରିବା ବିଜେପିର କାମ ବୋଲି କହିଲେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର

ଭୁବନେଶ୍ୱର : ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ. ଯେଉଁ ଜମି ଉପରେ ଏହା ନିର୍ମାଣ ହୋଇଛି, ସେଥିରେ ଆବଣ୍ଟନକୁ ନେଇ ବେଞ୍ଚ ମାର୍କ ଭ୍ୟାଲୁ ଆଇନ ଆଧାରରେ କରାଯାଇଛି. ଖାତା ନମ୍ବର 112 ପ୍ଲଟ 797, 798, 800, 797/849. ଏହି ଜମି କମ୍ପାଟ ପାର୍ସଲରେ ପଟା ଦିଆଯାଇଛି. ଗଙ୍ଗନଗରର ଏହି ପ୍ଲଟର ବେଞ୍ଚ ମାର୍କ ଭ୍ୟାଲୁ 12କୋଟି 38 ଲକ୍ଷ 60 ହଜାର. ସବୁ ମିଶାଇ ପାଖାପାଖି 13 କୋଟି ପୈଠ କରାଯାଇଥିଲା. ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ 11 ବିଭାଗ ମାଗିଥିବା ଆବେଦନରେ ପ୍ରଣବ ପ୍ରକାଶ ଦାସ ବିଜେଡି ଅଫିସ ପାଇଁ ପାଇଥିଲେ. 1ଏକର 183. ସେହି ଦିନ ବିଜେପି ଅଫିସ ପାଇଁ ଖାରବେଳ ନଗରରେ ପାଇଲା 1ଏକର 269. ଦୁଇଟି କ୍ୱାର୍ଟର ଭିତରେ Conservancy lane ବା ଉପଗଳି ବୋଲି ଦସ୍ତାବିଜ ଅଛି. ହେଲେ ତାହା ସର୍ବସାଧାରଣଙ୍କ ସଡ଼କ ବୋଲି ଉଲ୍ଲେଖ ନାହିଁ. ରୁଲ 8 ଉପଧାରା 4 ରେ institutional residence ଭାବେ ଦିଆଯାଇଛି. ଗଙ୍ଗାନଗର ଅଞ୍ଚଳର ବେଞ୍ଚ ମାର୍କ ଭ୍ୟାଲୁ ଅନୁସାରେ ନିଆଯାଇଛି. ସରକାରୀ ନଥି ପାତ୍ର ସବୁ ଅଛି. ହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ବୋଧେ ଠିକ ଭାବେ ଅବଗତ କରାଯାଇ ନାହିଁ. ବିଜେପିର ଏହା ଆସହିଷ୍ଣୁ ନୀତି. ଶଙ୍ଖ ଭବନ ସମ୍ପର୍କରେ ମିଡ଼ିଆରେ ଉପୁଜିଲେ ବିଭ୍ରାନ୍ତି ହେବ, ତାହା ସ୍ପଷ୍ଟ କଲା ବିଜେଡି.ଏହାଛଡ଼ା ବିଜେଡି କହିଛି ଗୁଜବ ସୃଷ୍ଟି କରିବା ବିଜେପିର କାମ. କେବଳ ବ୍ଲେମ ଗେମ କରି ଠାଉରିଆ ଭାବେ ବିଜେପି ଖସିବାକୁ ଯାଉଛି. ସାଧାରଣ ଲୋକ କହିଲେ ଦୁଃଖ ଲାଗି ନଥାନ୍ତା, ହେଲେ ରାଜସ୍ୱ ମନ୍ତ୍ରୀ କହିବା କେବଳ ଲୋକଙ୍କୁ ବିଭ୍ରାନ୍ତି ଓ ମତିଭ୍ରମ କରିବା ଉଦେଶ୍ୟରେ. ଯେଉଁ ପ୍ରତିଶୃତି ଦେଇଛନ୍ତି, ତାହା ପୂରଣ କରନ୍ତୁ. ଯେଉଁ ଖସଡ଼ା ଦେଉଛନ୍ତି, ତାହା ତଥ୍ୟ ନାହିଁ. ରାଜସ୍ୱ ମନ୍ତ୍ରୀ ଟିକେ ପାଠ ପଢି ଟିପ୍ପଣୀ ଦିଅନ୍ତୁ. ନ ହେଲେ ଲୋକେ ହସିବେ ବୋଲି ବିଜେଡି ସମ୍ବାଦିକ ସମିଳନୀ ରେ ଉତ୍ତର ରହିଛି,