କଂଗ୍ରେସ ରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

ଦଳ ବିରୋଧୀ ଅଭିଯୋଗ ନେଇ ଦଳରୁ ବିଦା କରାଗଲା

କଂଗ୍ରେସ ରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

ଭୁବନେଶ୍ୱର : କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ବହିଷ୍କୃତ। ବହିଷ୍କୃତ ପରେ ସାମ୍ୱାଦିକ ସମ୍ମିଳନୀ କରି ଦଳ ସଭାପତି ଓ ପ୍ରଭାରୀଙ୍କ ଉପରେ ବର୍ଷିଲେ ମାନସ। ଦଳ ବିରୋଧୀ କାର୍ଯ୍ୟ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି। ମୁଁ ଦଳ ବିରୋଧି କାର୍ଯ୍ୟ କରିଛି ନା ସେମାନେ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମୁଁ AICC ମେମ୍ବର ସେମାନଙ୍କ ଅଧିକାର ନାହିଁ ମୋତେ ବହିଷ୍କୃତ କରିବା । ପାର୍ଥୀ ମାନଙ୍କ ଠାରୁ ଟଙ୍କା ନେଇ ଏମାନେ ଟିକେଟ ପରିବର୍ତନ କରି ଟଙ୍କା ଖାଇଛନ୍ତି । ଯଦି ଏହାର ବିରୋଧି କରିବା ଭୁଲ୍ ତାହା ହେଲେ ମୁଁ ଭୁଲ୍ କରିଛି। ଯଦି ମୁଁ ଭୁଲ୍ କରିଛି ମତେ ଶୃଙ୍ଖଳା କମିଟି ନୋଟିସ୍ ଦେବା କଥା। ଆଜି ଓଡିଶାରେ ଯଦି ଦଳ ୪୦ ସିଟ ପାଇବା ବଦଳରେ ୧୪ ସିଟ ପାଇଛି ତାହା ହେଲେ ସେଥି ପାଇଁ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଦାୟୀ ବୋଲି ମାନସ ଚୌଧୂରୀ ସାମ୍ବାଦିକ ସମିଳନୀ ରେ କହିଥିଲେ