ଆସନ୍ତା କାଲି ରତ୍ନ ଭଣ୍ଡାର ଖୋଲିବା ପ୍ରାୟ ସୁନିଶ୍ଚିତ

ରତ୍ନ ଭଣ୍ଡାର ଖୋଲିବା ନେଇ ଆସିପାରେ ଏସ ଓ ପି

ଆସନ୍ତା କାଲି ରତ୍ନ ଭଣ୍ଡାର ଖୋଲିବା ପ୍ରାୟ ସୁନିଶ୍ଚିତ

ଆସନ୍ତା କାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟ ନିଶ୍ଚିତ ହୋଇଥିବାବେକେ ଆଜି ସରକାର ଏସ ଓ ପି  ର କରିପାରନ୍ତି ଅନୁମୋଦନ l ଗତ 10 ତାରିଖରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏକ ପରିବର୍ତ୍ତିତ ଏସ ଓ ପି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା l ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ତଦାରଖ କମିଟି ଗତ 9 ରାରିଖ ବୈଠକରେ ଏକ ସମ୍ଭାବିତ ଏସ ଓ ପି ପ୍ରସ୍ତୁତ କରି ପରିଚାଳନା କମିଟି ନିକଟକୁ ପଠାଇବା ପରେ ପରିଚାଳନା କମିଟି ଏଥିରେ କିଛି ପରିବର୍ତନ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି l ଏସ ଓ ପି ରେ ରତ୍ନଭଣ୍ଡାର ପାଇଁ ଜିଲ୍ଳା ପ୍ରଶାସନ ପାଖରେ ଥିବା ଡୁପ୍ଲିକେଟ ଚାବିରେ ଏହା ଖୋଲିବା ପାଇଁ ଉଦ୍ୟମ କରାଯିବାକୁ ସୁପାରିଶ କରାଯାଇଛି l ଏହି ଚାବିରେ ନା ଖୋଲିଲେ ଏହାକୁ ସରକାରଙ୍କ ଅନୁମତି କ୍ରମେ ଭାଙ୍ଗିବାକୁ ପରାମର୍ଶ ଦିଆଯାଇଛି l ସେହିପରି ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଆଭୂଷଣ ଗୁଡିକୁ ନିକଟରେ ଥିବା ଏକ ଘରକୁ ସ୍ଥାନାନ୍ତର କରି ଗଣତି ମଣତି କରିବାକୁ ପ୍ରସ୍ତାବ ଦିଆଯାଇଛି l ଏହିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରି ଅତ୍ୟାଧୁନିକ ଉପାୟରେ ଏହାର ଚିହ୍ନଟ, ଆକଳନ ଓ ମୂଲ୍ୟାୟନ ପାଇଁ କୁହାଯାଇଛି l ଏହି ସମୟ ମଧ୍ୟରେ ରତ୍ନଭଣ୍ଡାର ର ଆବଶକୀୟ ମରାମତି ପାଇଁ ମଧ୍ୟ୍ୟ ପ୍ରସ୍ତାବ ରହିଛି l ଏଣୁ ଏହି ସବୁ ପ୍ରସ୍ତାବ ଓ ଏହାର ଆଇନଗତ ଦିଗ ଉପରେ ରାଜ୍ୟସରକାର ବିଚାର କରି ଆଜି ଏନେଇ ଚୂଡାନ୍ତ ନିଷ୍ପତି ନେବେ ବୋଲି ଜଣାପଡିଛି l