ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ଦେହାନ୍ତ
ଓଡିଶା ଲାଗି ଏକ ଅପୂରଣୀୟ କ୍ଷତି

ଭୁବନେଶ୍ୱର : ପଦ୍ମଶ୍ରୀ କମଳା ପୂଜାରୀ ଙ୍କର ଦେହାନ୍ତ । କଟକ ଏସସିବି ମେଡିକାଲ ରେ ଚିକିତ୍ସତ ଅବସ୍ଥା ରେ ମୃତ୍ୟୁ । ମୃତ୍ୟୁ ବେଳକୁ ତାଙ୍କ ବୟସ ସତୁରୀ ବର୍ଷ ହେଇଥିଲା, ଆଜି ଭୋର ସମୟରେ ହୃଦଘାତ ହୋଇଥିଲା, ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଛି,ଦୁଇ ଦିନ ତଳେ କଟକ ଏସିବି କୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କୁ ଏସସିବି ମେଡିକାଲ ର ଆଇସିୟୁ ରେ ଭର୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତର ଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ତାଙ୍କ ଚିକିତ୍ସା ପାଇଁ । ଆଜି ଭୋର ସମୟ ରେ ତାଙ୍କର ଦେହାନ୍ତ ହୋଇଛି ବୋଲି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଥିଲେ.