ଆଜି ହେଉଛି ରସଗୋଲା ଦିବସ

ପ୍ରତ୍ୟେକ ବର୍ଷ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳନ କରାଯାଏ

ଆଜି ହେଉଛି ରସଗୋଲା ଦିବସ

ଭୁବନେଶ୍ୱର : ଆଜି ହେଉଛି ରସଗୋଲା ଦିବସ, ଓଡିଶା ର ମିଠା ଗୁଡିକ ଭିତରେ ରସଗୋଲା ରେ କେତେ ଗୁରୁତ୍ୱ ବହନ କରେ ତାହା କାହାକୁ ଅଛପା ନାହିଁ ପ୍ରତିବର୍ଷ ମହାପ୍ରଭୁ ଙ୍କ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳନ କରାଯାଇଥାଏ, ସାରା ବିଶ୍ୱରେ ରସଗୋଲା ର ମହତ୍ୱ କୁ ବଢ଼ାଇବା ଲାଗି ବା ପରିଚିତ କରାଇବା ଲାଗି ଏହି ଦିବସ ପାଳନ କରାଯାଇଥାଏ,2015 ଜୁଲାଇ 30 ତାରିଖ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା,ଏହା ପ୍ରଥମେ ସୋସିଆଲ ମିଡ଼ିଆ ପ୍ରଚାର ରୁ ଆରମ୍ଭ ହୋଇଥିଲା,ଏହା ପରେ 17 ଜୁଲାଇ 2016 ଠାରୁ ଏହି ଦିବସ ପାଳନ ହେଉଛି, ରସଗୋଲା କୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା, ପଶ୍ଚିମବଙ୍ଗ ରସଗୋଲା ତାଙ୍କର ବୋଲି ଦାବି କରିଥିଲା 1868 ମସିହାରେ କଲିକତା ରେ ନବିନ ଚନ୍ଦ୍ର ଦାସ ପ୍ରଥମେ ରସଗୁଲା ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ,ତେବେ 2019 ମସିହା ଜୁଲାଇ ମାସ 29 ତାରିଖ ରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା,ଘୋଷ ଯାତ୍ରା ର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ ଦିନ, ରଥ ଯାତ୍ରା ରେ ମହା ପ୍ରଭୂ ମା ଲକ୍ଷ୍ମୀ ଙ୍କୁ ସାଙ୍ଗରେ ନ ନେଇ ଭାଇ ଭଉଣୀ ଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର କୁ ଚାଲିଯାଇଥାନ୍ତି ଯାହାକୁ ନେଇ ମା ଲକ୍ଷ୍ମୀ କାଳିଆ ଠାକୁର ଙ୍କ ଉପରେ ଅଭିମାନ କରିଥାନ୍ତି ଆଉ ମା ଲକ୍ଷ୍ମୀ ଙ୍କ ମାନ ଭଞ୍ଜନ ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ , ଓଡିଶା ର ପ୍ରସିଦ୍ଧ ରସଗୋଲା ମଧ୍ୟରେ ରହିଛି ପାହାଳ ରସଗୋଲା ଓ ବିକଳାନନ୍ଦ କର ଙ୍କ ସାଲେପୁର ରସଗୋଲା ଯାହାକି ଦେଶ ବିଦେଶ ରେ ବେଶ ପରିଚିତ, ଦ୍ୱାଦଶ ଶତାଦ୍ଦି ରୁ ଶ୍ରୀ ମନ୍ଦିରରେ ରସଗୋଲା ଭୋଗ ହେଉଥିବା ପରମ୍ପରା ରହି ଆସିଛି ବୋଲି ଗବେଷକ ଓ ଐତିହାସିକ ଓ ଗବେଷକ ମାନେ ମତ ଦିଅନ୍ତି, ଓଡିଶା ଓ ପଶ୍ଚିମବଙ୍ଗ ର ରସଗୋଲା ର ସ୍ୱାଦବି ଭିନ୍ନ ଓଡିଶା ର ରସଗୋଲା ରସରେ ଭର୍ତ୍ତି ହୋଇଥିବା ବେଳେ ଏହା ପାଟିରେ ମିଳେଇ ଯାଏ ହେଲେ ପଶ୍ଚିମବଙ୍ଗ ର ରସଗୁଲା ସ୍ପଞ୍ଜି ହୋଇଥିବା ବେଳେ ଏହାକୁ ଚୋବାଇ ବାକୁ ପଡିଥାଏ,ତେବେ ରସଗୋଲା ଦିବସରେ ମଧ୍ୟ ମିଠା ଦୋକାନରେ ବହୁତ ଭିଡ଼ ଲାଗିଥାଏ ଏବଂ ଏହି ଦିନ ଲୋକ ମାନେ ରସଗୋଲା ଖାଇବାକୁ ବେଶ ପସନ୍ଦ କରିଥାନ୍ତି......