ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଶେଷ

ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ। 6 ଟି ସଂସଦୀୟ କ୍ଷେତ୍ର ସହ 42 ଟି ବିଧାନସଭାରେ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। 99.61 ଲକ୍ଷ ଭୋଟର ମତଦାନ କରିବେ। ପୁରୁଷ ଭୋଟର 50.88 ଲକ୍ଷ ,ମହିଳା ଭୋଟର 48.72 ଲକ୍ଷ ଏବଂ ତୃତୀୟ ଲିଙ୍ଗ ଭୋଟର 6087 ଜଣ ରହିଛନ୍ତି। 10 ହଜାର 882 ଟି ପୋଲିଂ ବୁଥ୍ ରେ ମତଦାନ କରିବେ ଭୋଟର। 14 ସହ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। 20 % ଆଦର୍ଶ ବୁଥ । 70 ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ 460 ଜଣ ପ୍ରାର୍ଥୀ ଅଛନ୍ତି। 394 ବିଧାନସଭା ପ୍ରାର୍ଥୀ,66 ଲୋକସଭା ପ୍ରାର୍ଥୀ ଅଛନ୍ତି।CAPF 125 କମ୍ପାନୀ ମୁତୟନ ହେବେ। ପୋଲିଂ ବୁଥକୁ ମୋବାଇଲ ମନା । 2019ରେ ଏହି 6 ଟି ସଂସଦୀୟ କ୍ଷେତ୍ରରେ ପ୍ରାୟ 74% ମତଦାନ ହାର ରହିଥିଲା। 2014ରେ 20 କୋଟି,2019 ରେ 44.07 କୋଟି,2024 ରେ ଆଜି ପର୍ଯ୍ୟନ୍ତ 275 କୋଟି ଜବତ। 2014ରେ 1.89 କୋଟି,2019ରେ1.87କୋଟି,2024 ବର୍ତ୍ତମାନ ସୁଦ୍ଧା 20.08 କୋଟି ଟଙ୍କା ଜବତ ହୋଇଛି।