ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ଵମନ୍ତ୍ରୀ
ରେଳ ପ୍ରକଳ୍ପକୁ ନେଇ ବାଧକ ସାଜ୍ଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ

*ଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜସ୍ୱମନ୍ତ୍ରୀ*
*ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ: ସୁରେଶ ପୂଜାରୀ*
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ ପୂର୍ବଦ୍ୟୋୟ ଭାରତର ବିକାଶକୁ ପ୍ରଧାନ୍ୟ ଦେଇ ଆସୁଛନ୍ତି ଏବଂ ଏଥି ସହ ଓଡିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି । ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୧୦ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ଅନୁଦାନ ଦେଇଛନ୍ତି । ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥୀକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ମୋଦିଜୀ ସଂକଳ୍ପବଦ୍ଧ । କିନ୍ତୁ ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା । ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରେଳ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ସହିତ ସମସ୍ତ ପ୍ରକଳ୍ପର ଅଗ୍ରଗତି ବାବଦରେ ଏକ ସମୀକ୍ଷା ବୈଠକ କରାଯିବ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମାପନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଦିଲ୍ଲୀରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଏହାଛଡା ଶ୍ରୀ ପୂଜାରୀ କହିଛନ୍ତି ଯେ, ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟା ଓ ସହାସ୍ତର ପ୍ରକ୍ରିୟାର ଖୁବଶୀଘ୍ର ସମାଧାନ କରାଯିବ । ରେଳପଥର ବିକାଶ ଏବଂ ପ୍ରକଳ୍ପ ଗୁଡିକ ଆଗକୁ ନେବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପୂଜାରୀ କହିଛନ୍ତି । ଦିଲ୍ଲୀରେ ରହଣୀ ସମୟରେ ରାଜସ୍ୱମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତୃବୃନ୍ଦଙ୍କୁ ଭେଟିଛନ୍ତି ।