ଆସନ୍ତା କାଲି ଓଡିଶା ରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ

ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରିବା ପାଇଁ ରଣନୀତି ଚୂଡାନ୍ତ ହୋଇଛି ପୋଲିସ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ

ଆସନ୍ତା କାଲି ଓଡିଶା ରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ

ଭୁବନେଶ୍ୱର : ଆଉ ଦିନକ ପରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ I ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପୁଲିସ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀଙ୍କ ପ୍ରେସମିଟ I ୫ ଲୋକସଭାର ୩୫ ବିଧାନସଭା ପାଇଁ ହେବ ମତଦାନ I ଫୋକସରେ ରହିଛି - ଆସିକା ଓ କନ୍ଧମାଳ ଲୋକସଭା କ୍ଷେତ୍ର I ନିକଟରେ ଖଲିକୋର ଶ୍ରୀକୃଷ୍ଣ ରଣପୁରରେ ହୋଇଥିବା ନିର୍ବାଚନ ହିଂସା ପରେ ନିର୍ବାଚନ କମିସନ ଓ ରାଜ୍ୟ ପୁଲିସ ପ୍ରଶାସନ ସଜାଗ ହୋଇଛନ୍ତି I ଏଡିଜି ହେଡ଼ କ୍ୱାର୍ଟର ରାଧା କୃଷ୍ଣ ଶର୍ମା, ଛତ୍ରପୁର ଠାରେ କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖିଛନ୍ତି I ଆସିକା ଲୋକସଭା କ୍ଷେତ୍ରରେ ଅନେକ ଉତ୍ତେଜନା ପ୍ରବଣ ବୁଥ ରହିଛି I 

ସେହିଭଳି କନ୍ଧମାଳ ଜିଲ୍ଲାର ବୌଦ୍ଧ ଓ କନ୍ଧମାଳ ମାଓ ପ୍ରବଣ ରହିଛି I ସମ୍ଭାବ୍ୟ ନିର୍ବାଚନୀ ହିଂସାକୁ ପ୍ରତିହତ କରିବା ପାଇଁ ବ୍ୟାପକ CAPF ମୃତ୍ୟୟନ କରାଯାଇଛି I 

CIPF ଆଇଜି ଅର୍ଚନା ସିଭରେ ନୋଡାଲ ଅଫିସର ଅଛନ୍ତି I ସେହିଭଳି ରାଜ୍ୟ ପୁଲିସର ନୋଡାଲ ଅଫିସର ସଞ୍ଜୟ କୁମାର ନିର୍ବଚନ ଅଧିକାରି, ପୁଲିସ ଡ଼ିଜି ଓ CAPF ନୋଡାଲ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିଛନ୍ତି I 

ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ, ଦ୍ଵିତୀୟ ପର୍ଯାୟ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ହିଂସାମୁକ୍ତ କରିବା ପାଇଁ ରଣନୀତି ଚୂଡାନ୍ତ ହୋଇଛି I