ରାଜ୍ୟରେ ଅସହ୍ୟ ତାତି ସହିତ ଗୁଳୁଗୁଳି
ପୁଣି ବଢିବ ତାତି, କିଛି ସ୍ଥାନରେ ହେବ କାଳ ବୈଶାଖୀ
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଥିବା ବେଳେ ପୁଣି ଫେରିବ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ କୁ ନେଇ ବଢିବ ଦିନର ତାପମାତ୍ରା ଖରା ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆଗାମୀ ତିନିଦିନ ଯାଏ ରାଜ୍ୟରେ ୩ ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ହେବ। ଆଜି ବା ଆସନ୍ତା ୨୪ ଘଂଟାରେ ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବା ସହ ୨୯ ଓ ୩୦ ତାରିଖରେ ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ ୱେବ ଜାରି ରହିବା ବୋଲି କହିଛନ୍ତି । ସେପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ଓ ୧ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷସ ଓ ଝଡତୋଫାନ ବର୍ଷା ହେବାର ସମ୍ଭାବନା ରହିଛିି । ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।
ଅନ୍ୟପଟେ ମେ ୩୧ ବା ଜୁନ ୧ ତାରିଖ ସୁଦ୍ଧା ଅର୍ଥାତ ଆଉ ୪ ଦିନ ପରେ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ । କାରଣ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ତିନିରୁ ୪ ଦିନ ପୂର୍ବରୁ ଏନେଇ ସୂଚନା ସ୍ପଷ୍ଟ ହେବ,