ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟୟ ନିର୍ବାଚନ
ପ୍ରାୟ ଏକ କୋଟି ଭୋଟର ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ l ୬ ଟି ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି l ୬ ଟି ଲୋକସଭା ତଥା ଭଦ୍ରକ, ବାଲେଶ୍ଵର , ଜଗତସିଂପୁର, ଯାଜପୁର , କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ଚାଲିଛି l
ଏଥିରେ ପ୍ରାୟ ୧ କୋଟି ଭୋଟର ଅଛନ୍ତି l ବର୍ତ୍ତମାନ ସବୁ ସ୍ଥାନରେ ସୁରୁଖୁରୁରେ ମତଦାନ ପ୍ରକିୟା ଚାଳିଛି l ଯେଉଁଠି EVM ତ୍ରୁଟି ଥିଲା ତାକୁ ଠିକ କରାଯାଇଅଛି l ସକାଳ ୯ ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଚି l ଏହି ଥର ମତଦାନରେ ବଶିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି l ଯୁବ ଭୋଟର ମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ l ୨୦୧୯ ରେ ଏହି ୬ ଟି ସ୍ଥାନରେ
୭୪.୩୮ ପ୍ରତିଶତ ଥିଲା, ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା l ଗଣମାଧ୍ୟମ ସଂସ୍ଥା ମାନଙ୍କୁ ଅନୁରୋଧ ସତ୍ୟ ଖବର ପ୍ରସାରଣ କରନ୍ତୁ l ସମୟ ସମୟରେ ଭୁଲ ଖବର ଭୋଟର ମାନଙ୍କୁ ନିରୁତ୍ସାହିତ କରିଥାଏ l ୬୨୭୯ ମତଦାନ କେନ୍ଦ୍ରରୁ ୱେବ କଷ୍ଟି ଚାଳିଛି l ୧୦୮୮୨ ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି ବର୍ତ୍ତମାନ ସୁଦ୍ଧା ୭୯ ବାଲାଟ ୟୁନିଟ ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୨ ଟି ଭିଭିପାଟ ପରିବର୍ତନ ହେଇଛି l