ଆସନ୍ତା କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଦୁଇ ଦିନିଆ ଗସ୍ତ ରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା କାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି । 20ରେ ପୁରୀରେ ସକାଳ 8 ଟାରେ ରୋଡ ସୋ କରି ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତା ପରେ ଅନୁଗୁଳ ଠାରେ ସକାଳ 9ଟା 30ରେ ବିରାଟ ଜନ ସଭା କରିବା ସହ କଟକ ଠାରେ 11ଟା 30ରେ କରିବେ ଜନ ସମାବେଶ କରିବେ,ତା ପୂର୍ବରୁ 19 ତାରିଖ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ସିଂ । 21 ତାରିଖ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସକାଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ । 19 ତାରିଖ କୁଚିଣ୍ଡା ରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଓଡିଶା ରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ସରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ଆସନ୍ତା 20 ତାରିଖ ରେ ହେଉଛି, ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ମାନେ ଓ ପ୍ରଧାନ ମନ୍ତ୍ରୀ ଓଡିଶା ଆସିବା ଦ୍ୱାରା ବିଜେପି ନେତା ଓ କର୍ମୀ ମାନେ ଖୁବ ଉତ୍ସାହିତ ଅଛନ୍ତି .