କାଳବୈଶାଖୀ ନେଇ ପୁରା ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି । କିଛି କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ କାଳବୈଶାଖୀ । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଉପକୂଳରେ ଗୁଳୁଗୁଳି ଲାଗି ରହିବ । ବଙ୍ଗୋପସାଗର ପବନ ପ୍ରଭାବରେ ଆଭ୍ୟନ୍ତରୀଣରେ ଗରମରୁ ଆଶ୍ୱସ୍ତି ମିଳିବ । ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ ।
ସେପଟେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଏନେଇ ଜିଏଫଏସ୍ ପରେ ପୂର୍ବାନୁମାନ କରିଛି ଇସିଏମଡବ୍ଲ୍ୟୁଏଫ୍ । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି ।
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ବର୍ଷା ନେଇ ଆଜି ପାଇଁ ସମଗ୍ର ରାଜ୍ୟକୁ ୟେଲୋ ଆଲର୍ଟ ଜାରି…
